*ଦରଦୀ ବନ୍ଧୁ*
ଏ ଜୀବନ ଖୋଜୁଥାଏ ଦରଦୀ ବନ୍ଧୁଟେ,
ସୁଖେ ଦୁଃଖେ ସାହା ହେଉ ରହି ମୋ ନିକଟେ।1।
ବିନା ସ୍ୱାର୍ଥରେ ଜୀବନ,ଧନ ଦେଇଥାଏ,
ଗରିବ ବା ଧନୀ ହେଉ ହୃଦୟରେ ଥାଏ।2।
କୃଷ୍ଣ ସୁଦାମା ବନ୍ଧୁତ୍ୱ ଜାଣିଛି ଜଗତ,
ଶ୍ରୀରାମ ସୁଗ୍ରୀବ ବନ୍ଧୁ ସଂସାର ବିଖ୍ୟାତ।3
ଦେବା ନେବାର ସମ୍ପର୍କ ଚିର ରହେ ନାହିଁ,
ସ୍ନେହ ଶ୍ରଦ୍ଧା ଥିଲେ ସବୁ ଅମୃତ ଲାଗଇ।4।
ସ୍ୱଚ୍ଛ ପ୍ରେମ ହୃଦୟରେ ସଜାଡି ରଖିବା,
ବନ୍ଧୁତ୍ୱ ଦିବସେ ବନ୍ଧୁ ଶପଥ କରିବା।5।
ସବିତା ଶୁକ୍ଳା 🙏🙏
492 total views, 2 views today