ଡିଜିଟାଲ ପ୍ରେମ……
କାଇଁ ପଚାରୁଛୁ ସଚ୍ଚା ପ୍ରେମ କଥା
ସିଏ ତ ଚୁଲିକୁ ଗଲାଣି,
ଆଜିକାଲି ପ୍ରେମ ଭାରି ଆଡଭାଂସ୍
ସବୁ ପ୍ରେମରେ ବୁଡିକି ମଲେଣି
ପ୍ରେମ ନିବେଦନ ହୁଏ ଫେସବୁକ୍ ରେ
ଆଳାପ ଭିଡିଓ କଲ୍ ରେ,
କୋଣରେ ବସିକି ଫୋନରେ ଗପନ୍ତି
ନହେଲେ ହ୍ୱାସ୍ଅପ୍ ଚାଟିଙ୍ଗ୍ ରେ।
ରାଗିଗଲେ କିଏ ଜଣାପଡିଯାଏ
ଦେଖିଦେଇ ତାଙ୍କ ସ୍ଟାଟସ୍,
ମାସକ ଭିତରେ ମନ ଭରିଯାଏ
ମେଣ୍ଟିଯାଏ ପ୍ରେମ ଶୋଷ।
ନଈକୂଳ ଆଉ କଦମ୍ବମୂଳରେ
କରନ୍ତିନି ସାକ୍ଷାତକାର,
ପାର୍କ ନହେଲେ ଲଜ୍ ଖୋଜନ୍ତି
ନରଖି ମନରେ ଡର।
ସିନେମା ନନେଇ ପାରିଲେ ବନ୍ଧୁ
ଜାଣିବୁ ଚଡ଼କ ପଡ଼ିଲା,
ସପିଙ୍ଗ ପାଇଁ ଯଦି ମନା ତୁ କରିବୁ
ତାହେଲେ ସେ ନୂଆ ଧରିଲା।
ହଜାରେ ନମ୍ୱର ରଖନ୍ତି ଫୋନ ରେ
କିଏ ଜାନୁ କିଏ ସୋନା,
ନୂଆ ମିଳିଗଲେ ପୁରୁଣାକୁ ଫିଙ୍ଗନ୍ତି
ନକରି କାହାକୁ ମନା।
ଆଧୁନିକ ପ୍ରେମ ଭାରି ଭୟଙ୍କର
କରନି ଭାଈ ଭରଷା,
ସଠିକ୍ ବେଳରେ ସୁନ୍ଦର ଭାବରେ
ଭୁଷୁଡିଯିବ ତୋ ଆଶା।
ସାଇ ପ୍ରଭା ସୁତାର
ଭଦ୍ରକ
489 total views, 1 views today