February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

ଗଳ୍ପ – ଅଧାଗଢା ସ୍ବପ୍ନ —କଳ୍ପନା ରାୟ

ଗଳ୍ପ – ଅଧାଗଢା ସ୍ବପ୍ନ

ସନ୍ଦେହରେ ସ୍ବାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ଦାଗ ଲାଗିବାକୁ ବସିଥିଲା । ଶାଶୁ ସବୁବେଳେ ବୁଝାଉଥିଲେ ଉଭୟ ପୁଅବୋହୁଙ୍କୁ । ଆମର ଗୋଟିଏ ପରିବାର । ରାନୀ କେବେ ତାକୁ ଭଲ ପାଉଥିଲା । ତା ବୋଲି ଏବେ ଛୁଆପିଲାର ମାଆ ହୋଇ ସେମିତି କରିବ । ମୋ ଶ୍ବଶୁର ଅମଳରୁ ତାଙ୍କ ସହ ଭଲ ସମ୍ପର୍କ । ତା ଝିଅ ବାହାଘର । ରାନୀ ଆମର ପାରିବାର ବୋହୁ । ନେଇ ଆଣି ଥୋଇ ପାରିବା ଭଳି ସଵୁଗୁଣ ତାଠାରେ ଅଛି ।

ହରିହରକୁ ଝିଅଵେଳେ ଭଲ ପାଉଥିଲା ରାନୀ । କିନ୍ତୁ ତାଙ୍କ ଘର ଲୋକ ଶୀଘ୍ର ବିବାହ କରାଇବାକୁ ଚାହୁଁଥିଲେ । ରାନୀ ଏମ.ଵି.ଵି.ଏସ୍ ର ତୃତୀୟ ବର୍ଷର ଛାତ୍ରୀ । ସେ ରୋକ୍ ଠୋକ୍ ଶୁଣାଇଦେଇଥିଲା ମୋର ପାଠ ନ ସରିବା ପର୍ଯ୍ୟନ୍ତ ବିବାହ କରିପାରିବିନି । ହରିହର ସେତେବେଳକୁ ଡାକ୍ତରୀ ପାଶ୍ କରିଥିଲେ । ଚାକିରୀ ନ ହୋଇଥିଲେ ବି ଗୋଟିଏ ନର୍ସିଂ ହୋମ୍ ରେ ଚାକିରି କରୁଥିଲେ । ସେ ବୁଝାଇଥିଲେ, ପାଖରେ କୌଣସି ଅସୁବିଧା ହେବନାହିଁ । କିନ୍ତୁ ବୁଝି ନ ଥିଲା ରାନୀ । ବାସ୍, ସେଇଠୁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

ରାମାନନ୍ଦ ଥିଲେ ଆଇ ସ୍ପେସିଆଲିଷ୍ଟ । ଘରଦ୍ୱାର ଭାଙ୍ଗିରୁଜି ଯାଇଥିଲେ ବି ଗୋଟିଏ ପୁଅ । ବାପା ଚାଲିଯାଇଥିଲେ ଚାକିରି କରୁଥିବା ସମୟରୁ । ମାଆ ପେନସନ ପାଉଥିଲେ । ରାନୀ ଆସିଷ୍ଟାଣ୍ଟ ସର୍ଜନ, ଏସ୍.ସି.ଵି.ରେ । ଭଲ ସର୍ଜନ ଭାବରେ ନାଁ ଅଛି । କ୍ରିଟିକାଲ୍ ସର୍ଜରୀ ସମୟରେ ରାନୀକୁ ଡକରା ଆସେ । ସେ ଏମ୍ସ ହେଉ କି କଳିଙ୍ଗ ହସପିଟାଲ । ଯିବାକୁ ହୁଏ କାମର ତାଡ଼ନାରେ । ରାମାନନ୍ଦ କିନ୍ତୁ ଚାହାଁନ୍ତି ନାହିଁ କି ରାନୀ ଏମ୍ସକୁ ଯାଉ । କାରଣ ସେଠି ହରିହର ସର୍ଜରୀ ହେଡ୍ । ରାନୀ କିନ୍ତୁ କହେ ଏଇ ସାମାନ୍ୟ କଥାପାଇଁ ସେ ଗୋଟିଏ ପେସେଣ୍ଟ ସାଙ୍ଗରେ ଖେଳିଵା ସମ୍ଭବ ନୁହେଁ । ତା ପରେ ସେ ବର୍ତ୍ତମାନ ଦାଦାଶ୍ବଶୁରଙ୍କ ପୁଅ । ତୁମଠୁ ବଡ଼ । ହିସାବରେ ମୋର ଦେଢଶ୍ବଶୁର ‌। ମୁଁ ନିଜେ ତାଙ୍କ ବାଟରୁ ଓହରି ଯାଇଥିଲି

ଏମିତି ଏମିତି ଛୋଟ ଛୋଟ ଖିଟ୍ ମିଟ୍ ବଡ଼ ଆକାର ଧାରଣ କରିଥିଲା ରାମାନନ୍ଦଙ୍କ ମନରେ । ଏବେ ହରିହରଙ୍କ ଝିଅ ବାହାଘର । ଘରକୁ ଘର ଲାଗିଛି । ଵଡଯାଆ ରାନୀକୁ ପଚାରି ସବୁ କାମ କରନ୍ତି । ହରିହର ତ ସବୁବେଳେ କାର୍ଯ୍ୟବ୍ୟସ୍ତ । ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇ ତା ଆଉ ଝିଅ ବାହାଘରର କାମ କରି ପାରିବେ ନାହିଁ । ସେ ତାଙ୍କର ଏକମାତ୍ର ଝିଅ ପାଇଁ ସମୟ ଦେଇ ପାରୁ ନ ଥିବାରୁ ଦୁଃଖ ପ୍ରକାଶ କରିବା ଛଡା ଆଉ ଚାରା ନ ଥିଲା । ସେ କିନ୍ତୁ ସ୍ତ୍ରୀ ଆଉ ଝିଅକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥାନ୍ତି । ତାଙ୍କ ଇଚ୍ଛା ଯାହା ସେ ସବୁ କରିବା ପାଇଁ । ମାତ୍ର ସ୍ତ୍ରୀ ଆଜିର ଝିଅମାନେ କ’ଣ ଚାହାନ୍ତି ଭାବି ପାରନ୍ତି ନାହିଁ । ରାନୀ ପେଶାରେ ଡାକ୍ତର ହେଲେ ବି ମାଆଙ୍କ ଠାରୁ ଲୋକାଚାର ଓ ସଂସ୍କୃତି ସଭ୍ୟତା ପରମ୍ପରାରେ ପ୍ରତିପାଳିତ । ପାଠ ପଢି ଥିଲେ, ସେଥିପାଇଁ ସଭ୍ୟତା ଅନୁସାରେ ଯାଇ ପାରୁଥିଲେ । ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ସେତୁ ରାନୀ ।

ରାନୀ ତାକୁ ନିଜ ଝିଅ ପରି ଦେଖେ । ରାନୀର ପୁଅ ଏବେ ଦଶମ ଶ୍ରେଣୀ । ସଂସ୍କାରୀ ରାନୁକୁ ବୋହୁ ଭାବରେ ପାଇ ଶାଶୁ ବେଶ୍ ଖୁସି । କିନ୍ତୁ ରାମାନନ୍ଦ ଙ୍କ ସନ୍ଦେହୀ ଆଖି ସନ୍ଦେହ ଘେରରୁ ନିବର୍ତ୍ତାଇବା ଥିଲା ଭୀଷଣ କଷ୍ଟ ।

ଵିଵାହ ଯେତେ ନିକଟକୁ ଆସୁଥିଲା ରାନୁ ଆଉ ରାମାନନ୍ଦଙ୍କ ମନୋମାଳିନ୍ୟ ସେତେ ବଢୁଥିଲା । ରାମାନନ୍ଦ ସେଦିନ ରୋମାଣ୍ଟିକ ମୁଡ୍ ରେ ଥାନ୍ତି । ଠିକ୍ ସେହି ସମୟରେ ଫୋନ୍ ରିଂ ହେଲା । ଏ ରାନୁ, ସେ ଫୋନ୍ ସୁଇଚ୍ ଅଫ୍ କର ନ ହେଲେ ସାଇଲେଣ୍ଟ କର । କୌଣସି ରେସପନସିଵଲ୍ ଲୋକ ଏମିତି କରିବା ଉଚିତ୍ ନୁହେଁ । ମୁଁ ତ କେବେ ବି ସେମିତି କରି ପାରିବି ନାହିଁ କହି ଫୋନ୍ ଉଠାଇ କହିଲେ ହାଲୋ … କ’ଣ ହେଲା ? କ’ଣ ଟ୍ରେନ ରେ ହାତ ଆଉ ଗୋଡ କଟିଯାଇଛି ? ତୁମେ ଅପରେସନ ଟେବୁଲ୍ ରେଡି କର, ଘଣ୍ଟାଏ ଭିତରେ ପହଞ୍ଚୁଛି । କୋଉଠିକୁ ଯିବି ?? ରାମାନନ୍ଦଙ୍କ ପ୍ରଶ୍ନ ଶୁଣି ରାନୁ ଉତ୍ତର ଦେଲେ ଏମ୍ସ
ତୁମେ ଯାଇପାରିଵନି ରାନୁ ମୁଁ କହିଦେଲି । ମୋ ପେସେଣ୍ଟ ଆଗରେ ମୋ ପାଇଁ ଆଉ କେହି ବଡ ନୁହେଁ । ତୁମେ ଯେତେବେଳେ ବିବାହ କରିଥିଲ, ଜାଣିଥିଲ ଯେ ମୁଁ ଜଣେ ସର୍ଜନ୍ । କେତେବେଳେ ବି ମୁଁ ଡାକ୍ତରଖାନା ଯାଇପାରେ । ହଁ, ଡାକ୍ତରଖାନା !! ତୁମର ଯେଉଁଠି ଚାକିରି, ତା ମାନେ ନୁହେଁ ବୁଲି ବୁଲି ସର୍ଜରୀ କରିବ । ଆମର ଟଙ୍କା ଦରକାର ନାହିଁ । ଟଙ୍କା ପଇସା ଦୃଷ୍ଟିରୁ ମୁଁ କେବେ ଯାଇନି, ସେବା ଦେବାର ଆବଶ୍ୟକତା ଦୃଷ୍ଟିରୁ ମୁଁ ଯାଏ, କହିଲେ ରାନୁ । କିନ୍ତୁ ତୁମେ ଏବେ ଯାଇ ପାରିବନି, କାହିଁକି ??, କାରଣ ମୁଁ ତୁମ ସ୍ବାମୀ କହୁଛି, ମୋ ପେଶା ଆଗରେ କେବେ ମୁଁ କାହାକୁ ବଡ଼ ଦେଖି ପାରିବି ନାହିଁ ବୋଲି ଵିଵାହ ପୂର୍ବରୁ କହିଥିଲି । ଅଶୀବର୍ଷର ବୁଢ଼ୀ ତୁମ ମାଆ, ସେ ତ କହିଲେ ଯାଅ ବୋଲି, ସିଏ ବୁଝୁଛନ୍ତି, ଅଥଚ ତୁମକୁ ବୁଝାଇବାକୁ ପଡୁଛି, ଛି, ତୁମେ ଜଣେ ଡାକ୍ତର ହୋଇ ଏ କଥା କହିପାରୁଛ କେମିତି ?? ହଁ ସେଠି ହରିହର ଅଛି, ତୁମେ ଯିବନି କାହିଁକି ?? ଆପାଦମସ୍ତକ ଜଳୁଥାଏ ରାନୁର, ସିଏ ମୋ ଦେଢଶୁର, ପୁଣି ମୋର ଉପର ସର୍ଜନ୍, ଛି ଏମିତି କହିବାକୁ ଖରାପ ଲାଗୁନି ?? ପୁଅ ଶୁଣିଵ, ସେ ଘରେ ପଢୁଛି, ତା’ର ପରୀକ୍ଷା । ସନ୍ଦେହ ଘେରରୁ ନିବର୍ତ୍ତାଇବା ପାଇଁ ରାନୁ କହିଲେ ତୁମେ ମୋ ସାଙ୍ଗରେ ଚାଲ, ଆସିବା ବି ଏକାଠି । କିନ୍ତୁ ରାମାନନ୍ଦ ଶୋଇବାର ଅଭିନୟ କଲେ ।

ଚାଲିଗଲେ ଡଃ ରାନୁ ସାମନ୍ତରାୟ ।ଲୋକଟିର ଗୋଟିଏ ହାତ ଗୋଡ ଟ୍ରେନ ରେ କଟି ଯାଇଥିଲା । କଟା ହାତ ଗୋଡ ଧରି ତୁରନ୍ତ ଆସିଥିଲେ ଏମ୍ସ । ୩/୪ ଘଣ୍ଟା ର ଜଟିଳ ଅପରେସନ ପରେ ହାତ ଗୋଡ ଲାଗି ପାରିଥିଲା ।

ବହୁତ ଅନ୍ୟମନସ୍କ ଭାବେ ଫେରୁଥିଲେ ରାନୁ । ଗୋଟେ ପଟେ ପେଶା, ଅନ୍ୟ ପଟେ ସ୍ଵାମୀ, କାହାକୁ ଛାଡ଼ିବା ସମ୍ଭବ ନଥିଲା ତାଙ୍କ ପାଇଁ । ହଠାତ୍ ଗୋଟିଏ ଗାଡି ଆଗକୁ ମାଡି ଆସୁଛି, କ’ଣ କରିବେ । ଓଃ, ଵ୍ରେକ୍ ଦେଉ ଦେଉ ମାଡ଼ିଗଲା ତାଙ୍କ ଗାଡ଼ି ଉପରେ ବଡ଼ ଟ୍ରକ୍ । ମୁଣ୍ଡ ମାଡ଼ ହୋଇ ରକ୍ତସ୍ରାବରେ ସେଇଠି ଶେଷ ହୋଇଗଲା ରାନୁର ଜୀବନ ନାଟିକା । କାନ୍ଦୁଥିଲେ ଶାଶୁ । ପୁରାପୁରି ଚୁପ୍ ହୋଇଯାଇଥିଲେ ସ୍ବାମୀ ରାମାନନ୍ଦ । ସ୍ବାମୀସ୍ତ୍ରୀଙ୍କ ଅଧାଗଢା ସ୍ବପ୍ନ, ସନ୍ଦେହ ର ଅଗ୍ନି ରେ ସମାପ୍ତ ହୋଇଥିଲା ଯେମିତି ।

 497 total views,  1 views today

Leave a Reply

Your email address will not be published. Required fields are marked *