🌹🌷 ଅଭିମାନ 🌷🌹
💖💖💖💖💖💖
କେବଳ ମୋ ନାକ ଅଗରେ ଅଛି ରାଗ
ଆଉ,ତୁମର କ’ଣ ନାହିଁ…?
କେତେ ସରାଗରେ ମୁଁ
କରିଥିଲି ଚା ତୁମ ପାଇଁ ।
ଭାବୁଥିଲି ଚା ପିଇଲା ପରେ
ପ୍ରଶଂସା କରିବ ମୋ ସେବା ପାଇଁ ।
ହେଲେ, ଓଲଟି ତମେ
ମୋତେ ଉସ୍ କାଉଛ ରାଗିବା ପାଇଁ,
ସେଥିପାଇଁ ମୁଁ କରେ ଅଭିମାନ
ଆଉ ତମେ ମୋ ଅଭିମାନକୁ –
ଭାବି ନେଉଛ ରାଗ ବୋଲି ।
ଆଉ ତମେ ଖୁବ୍ ମଜ୍ଜି ଯାଇଛ
ଚା ଓ ଓଠର ବ୍ୟବଧାନର
ମଧୁର ମିଳନ ସ୍ମୃତି ଭାବନା ରେ ।
ବଗିଚାରେ ପ୍ରଜାପତି ଉଡୁ କି ନ ଉଡୁ
ହେଲେ ମୁଁ ଚାହେଁ
ମୋ ମନ ଉପବନରେ,
ପ୍ରଜାପତି ହୋଇ ଉଡୁଥାଅ ତମେ ସଦା
ଆଉ ମୋତେ ଯାଉଥାଅ –
ଟିକେ ଟିକେ ଛୁଇଁ ।
ମୁଁ ଜାଣେନା ‘ଋତୁ’ – ‘ବେଋତୁ’
ସବୁ ଋତୁ କୁ ଅନୁଭବ କରିବାକୁ-
ଚାହେଁ ମୁଁ ‘ବସନ୍ତ ଋତୁ’ ।
ଇଚ୍ଛା ହୁଏ,ମୋ ମନ ଉପବନେ
ନ ଆସୁ କେବେ ଗ୍ରୀଷ୍ମ ର ଝଡ଼ ଝଞ୍ଜା
ଅବା ବର୍ଷା ର ବନ୍ୟା,
ଯାହା ଧୋଇନେବ –
ମୋ ମନର ଉନ୍ମାଦନା ।
ନ ଆସୁ ଶୀତର ପ୍ରକୋପ
ଯାହା ବାଧ୍ୟ କରିବ, ନିଆଁ ପାଶେ ବସି,
ନିଆଁ ରେ ଜାଳି ଦେବା କୁ ମୋ ପ୍ରୀତି ।
ମୁଁ ଚାହେଁ ନା, ପ୍ରଜାପତି ନିଶ୍ଚଳ ହେଉ
ସେ ସଦା ତରକୁ ଥାଉ,
ତା’ ତରତର ପଣରେ, ରଙ୍ଗ ବେରଙ୍ଗର
ଚୁଲ୍ ବୁଲ୍ ପ୍ରେମିକ ଟିଏ ହୋଇ
ସଦା ନେଉଥାଉ ମୋ ମନ ମୋହି ।
କ୍ଷୀରେଶ୍ୱରୀ କିଷାନ
ସୁନ୍ଦରଗଡ଼
360 total views, 1 views today